ସମକାଳୀନ ଓଡ଼ିଆ କବିତାରେ ସୁଖ୍ୟାତ ସୁଚିତ୍ରା ପାଣିଗ୍ରାହୀ ଜଣେ ମନନଶୀଳ ଶିଶୁସାହିତ୍ୟିକା ଭାବେ ମଧ୍ୟ ସୁପରିଚିତା। ସହଜ ଭାବ ଓ ସରଳ ଭାଷାରେ ସ୍କୁଲପଢ଼ୁଆ ପିଲାଙ୍କ ପାଇଁ ଶିକ୍ଷଣୀୟ ଓ ମନୋରଂଜନଧର୍ମୀ କାହାଣୀ ରଚିବାରେ ରହିଛି ତାଙ୍କର ବିଶେଷ ଦକ୍ଷତା। ଶିଶୁକବିତା ସଂକଳନ 'କୁନାକୁନିଙ୍କ ଗୀତବହି' ଓ ଗଳ୍ପ ସଂକଳନ 'ଉଠା ପଞ୍ଜୁରି' ପରେ 'କୁନାକୁନିଙ୍କ ଗପବହି' ଏ ଦିଗରେ ତାଙ୍କର ତୃତୀୟ ପ୍ରୟାସ। ଚନ୍ଦନ ବନର ଛାଇ, କଥା ଅଛି, ହାତମୁଠାର ଛବି, ଖୋଜୁଚି, ଏତେ ଅଭିମାନ ଭଲନୁହେଁ, ମନମୂର୍ଚ୍ଛନା...