ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଗୌରହରି ଦାସଙ୍କର ପ୍ରଥମ ପ୍ରଭାବଶାଳୀ ଭ୍ରମଣକାହାଣୀ ହେଉଛି "ପ୍ରଥମ ପ୍ରବାସ", ଯାହା ଏକାଧିକ ସଂସ୍କରଣରେ ପ୍ରକାଶିତ ହେବା ସହ ପାଠକୀୟ ଆଦୃତି ହାସଲ କରିଚାଲିଛି! ନ୍ୟୁୟର୍କ, ନ୍ୟୁଜର୍ସି, ୱାଶିଂଟନ ଡିସି, ମ୍ୟାରିଲ୍ୟାଣ୍ଡ, ଟେନିସି, ଆଲବାମା ଓ ଆଟଲାଣ୍ଟା ଆଦି ସ୍ଥାନ ଭ୍ରମଣର ରୋଚକ ଅନୁଭୂତି ଓ ଅଭିଜ୍ଞତାକୁ ଆଧାର କରି ରଚିତ ଏହି ପୁସ୍ତକରେ ପ୍ରବାସୀ ଓଡ଼ିଆମାନଙ୍କର ସାମାଜିକ ଜୀବନଚର୍ଯ୍ୟା ଓ ସାଂସ୍କୃତିକ ସହାବସ୍ଥାନର ବିବରଣୀ ମ...