ଉତ୍ତର ଆମେରିକାର ପଶ୍ଚିମରେ ସୁଦୀର୍ଘ ରକି ପର୍ବତମାଳା ଅନ୍ତର୍ଗତ ଏକ ବିସ୍ମୟକର ସ୍ଥାନ ହେଉଛି 'ୟେଲୋ ଷ୍ଟୋନ ନ୍ୟାସନାଲ ପାର୍କ', ଯାହାକି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ଉଦ୍ୟାନ ଭାବେ ପରିଗଣିତ! ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଆମେରିକା ରହଣି କାଳରେ ରଚିତ ଭ୍ରମଣ ଉପନ୍ୟାସ "ପୀତ ପ୍ରସ୍ତର ଜାତୀୟ ଉଦ୍ୟାନ" ତାହାରି ଆଧାରରେ ଲିଖିତ! ଏ ସ୍ଥାନର ମର୍ଯ୍ୟାଦା କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ପ୍ରକୃତିର ବିଶ୍ଵରୂପ ଦର୍ଶନ ପାଇଁ ଉଦ୍ଦିଷ୍ଟ! ଶ୍ରୀଯୁକ୍ତ...