ହସ ଖୁସି ଗମାତ ମଉଜର କଥା କହନ୍ତି ଲେଖକ ମୃଣାଳ! ଯଦିଓ ସେଥିରେ ଥାଏ ସାମାଜିକ ଅବ୍ୟବସ୍ଥା ପ୍ରତି ତୀକ୍ଷ୍ଣ ବ୍ୟଙ୍ଗ! 'ଜଗତେ ଥିବା ଯେତେ ଦିନ' ବହିରେ ଅଛି ସେମିତି କିଛି ଘଟଣା, କଥା ଓ କାହାଣୀ ଯାହା ଆପଣଙ୍କୁ କୁତୁକୁତୁ କରିବ ସତ, ହେଲେ ଶୁଣିଲାବେଳେ ଛାତି ଭିତର ଟିକେ ରୁଗୁରୁଗୁ ବି ହେବ! ଶୁଣି ଦେଖନ୍ତୁ ବିଶିଷ୍ଟ ଉପସ୍ଥାପକ ଅନିତ୍ୟ ମହାନ୍ତିଙ୍କ ମନଛୁଆଁ କଣ୍ଠରେ...