ଆମେ ଚିହ୍ନିଛୁ କି ଆମର ସ୍ୱଦେଶକୁ? ଓଡିଶାକୁ? ମା' ମାଟିକୁ? ଏଇ ଉପନ୍ୟାସରେ ଆପଣ ଏମିତି ଏକ ମାଟିକୁ ଭେଟିବେ, ଯାହା ଆମର ଆଜନ୍ମ ପରିଚିତ! କିନ୍ତୁ ସତରେ ପରିଚିତ କି? ତା ଭିତରେ ଲୁଚି ରହିଥିବା ଆଉଗୋଟିଏ ଦେଶ - ସେ ଦେଶ ଆମର କି? ଶେଷରେ ଆପଣ ସେମିତି ଏକ ଜାଗାରେ ପହଂଚିବେ, ଯେଉଁଠି ବିସ୍ମିତ ହୋଇ ନିଜକୁ ପଚାରିବେ - ଏତେ କୁତ୍ସିତ ଆମ ପ୍ରିୟ ସ୍ୱଦେଶ? ବ୍ୟକ୍ତି ଓ ରାଷ୍ଟ୍ରର ସଂଘର୍ଷ ଭିତରେ ଗଢି ଉଠିଥିବା ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ନିଶ୍ଚିତ ଭାବେ ଆପଣଙ୍କୁ ଉପଲବ୍ଧିର ଅନ୍ୟଏକ ...